Jump to content

ଟ୍ୟୁବରସ ସ୍କ୍ଲେରୋସିସ

ଉଇକିପିଡ଼ିଆ‌ରୁ
Tuberous sclerosis
Tuberous sclerosis complex (TSC);[] Bourneville Pringle syndrome[]
A case of tuberous sclerosis showing facial angiofibromas in the characteristic butterfly pattern
ଉଚ୍ଚାରଣ
  • TOO-bur-us skluh-ROH-sis[]
ବିଭାଗNeurology, medical genetics
ଲକ୍ଷଣSeizures, intellectual disability, developmental delay, behavioral problems, autism[]
ଅବଧିLife-long[]
କାରଣGenetic disorder (autosomal dominant)[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, supported by medical imaging[]
ସଠିକ ରୋଗ ନିର୍ଣ୍ଣୟFocal cortical dysplasia[]
ଚିକିତ୍ସାPhysical therapy, occupational therapy, speech therapy, behavioral therapy, antiepileptic medication[]
PrognosisVariable[]
ପୁନଃପୌନିକ1 in 6,000[]

ଟ୍ୟୁବରସ ସ୍କ୍ଲେରୋସିସ (ଇଂରାଜୀ ଭାଷାରେ Tuberous sclerosis/ TS ) ହେଉଛି ଏକ ଜେନେଟିକ୍ ରୋଗ ଯାହା ଫଳରେ ମସ୍ତିଷ୍କ, ହୃତ୍‌ପିଣ୍ଡ , ଆଖି, ଫୁସଫୁସ ଏବଂ ଚର୍ମରେ ଅଣ-କର୍କଟ ଅର୍ବୁଦର ବୃଦ୍ଧି ଘଟାଏ ।[] ସାଧାରଣ ଲକ୍ଷଣ ମଧ୍ୟରେ ବାତ, ବୌଦ୍ଧିକ ଅକ୍ଷମତା, ବିକାଶ ବିଳମ୍ବ, ଆଚରଣଗତ ସମସ୍ୟା, ବିକାଶ ବିଳମ୍ବ ଏବଂ ଅଟିଜିମ୍ ହୋଇପାରେ ।[] ସମସ୍ୟାର ଆରମ୍ଭ ପ୍ରାୟ ଜୀବନର ପ୍ରଥମ ବର୍ଷ ବ‌ୟସରେ ହୋଇଥାଏ; ଯଦିଓ ପରେ ମଧ୍ୟ ହୋଇପାରେ ।[] ବୃକ୍‌କ ଏବଂ ଫୁସଫୁସ ସମସ୍ୟା ମଧ୍ୟ ହୋଇପାରେ ।[]

ଏହା ଟିଏସସି୧ (TSC1) କିମ୍ବା ଟିଏସସି୨ (TSC2) ଜିନର ପରିବର୍ତ୍ତନ ଦ୍ୱାରା ଘଟିଥାଏ, ଯାହା ଯଥାକ୍ରମେ ପୁଷ୍ଟିସାର ହାମାର୍ଟିନ ଏବଂ ଟ୍ୟୁବରିନ୍ ପାଇଁ କୋଡ୍ କରିଥାଏ ।[] ଯଦିଓ ଏହା ଏକ ଅଟୋସୋମାଲ୍ ପ୍ରାଧାନ୍ୟ ଢଙ୍ଗରେ ଜଣେ ବ୍ୟକ୍ତିଙ୍କ ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ହୋଇପାରେ, ଅଧିକାଂଶ ବିକାଶ ପ୍ରାରମ୍ଭିକ ବିକାଶ ସମୟରେ ହେଉଥିବା ନୂତନ ମ୍ୟୁଟେସନ ପରିବର୍ତ୍ତନ ଭାବରେ ଘଟିଥାଏ ।[] ଏହି ପ୍ରୋଟିନ୍ ଗୁଡିକ ଟ୍ୟୁମର ଅଭିବୃଦ୍ଧି ଦମନକାରୀ ବୋଲି ବିଶ୍ୱାସ କରାଯାଏ ।[] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ଏବଂ ମେଡିକାଲ ଇମେଜିଙ୍ଗ ଦ୍ୱାରା ସମର୍ଥିତ ହୁଏ ।[] ଜେନେଟିକ୍ ପରୀକ୍ଷଣ ଦ୍ୱାରା ଏହା ନିଶ୍ଚିତ କରାଯାଇପାରେ ।[]

ଏହା ଆରୋଗ୍ୟ ହୁଏ ନାହିଁ, କେବଳ ସହାୟକ ଚିକିତ୍ସା କରାଯାଏ ।[] ଶାରୀରିକ ଚିକିତ୍ସା, ବୃତ୍ତିଗତ ଚିକିତ୍ସା, ବାକ୍ ଚିକିତ୍ସା ଏବଂ ବ୍ୟବ‌ହାରିକ ଚିକିତ୍ସା କରାଯାଇପାରେ ।[] ବାତ ଚିକିତ୍ସା ପାଇଁ ଆଣ୍ଟିଏପିଲେପ୍ଟିକ୍ ଔଷଧ ଯେପରିକି ଭିଗାବାଟ୍ରିନ୍ ବ୍ୟବହୃତ ହୋଇପାରେ ।[] ଦୀର୍ଘକାଳୀନ ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ ଅଟେ ଏବଂ ଲକ୍ଷଣଗୁଡ଼ିକର ଗମ୍ଭୀରତା ଉପରେ ନିର୍ଭର କରେ ।[]

ଟ୍ୟୁବରସ ସ୍କ୍ଲେରୋସିସ ବିଶ୍ୱରେ ୨ ନିୟୁତ ଲୋକଙ୍କୁ ପ୍ରଭାବିତ କରିପାରେ ।[] ଯୁକ୍ତରାଷ୍ଟ୍ରରେ ଏହା ପ୍ରାୟ ୬୦୦୦ ପିଲାଙ୍କ ଉପରେ ପ୍ରଭାବ ପକାଇଥାଏ; ୟୁରୋପରେ ଏହା କିଛି ମାତ୍ରାରେ କମ ହୁଏ ।[] [] ସମ ଭାବରେ ପୁରୁଷ ଏବଂ ମହିଳା ପ୍ରଭାବିତ ହୁଅନ୍ତି ।[] ଏହାକୁ ପ୍ରଥମେ ୧୮୮୦ ମସିହାରେ ଫ୍ରାନ୍ସର ସ୍ନାୟୁ ବିଶେଷଜ୍ଞ ଡିଜାୟର-ମାଗଲଏର ବର୍ଣ୍ଣନା କରିଥିଲେ ।[] ଏହାର ନାମ ମସ୍ତିଷ୍କରେ ଥିବା ଅନିୟମିତ ଫୁଲାକୁ ବୁଝାଏ ଯାହା ହୁଏତ ଆଳୁ ଆକୃତିର ଦେଖାଯାଏ ।[]

  1. "Orphanet: Tuberous sclerosis complex". www.orpha.net. Archived from the original on 8 May 2024. Retrieved 9 May 2024.
  2. ୨.୦ ୨.୧ ୨.୨ ୨.୩ "Tuberous Sclerosis - Symptoms, Causes, Treatment | NORD". rarediseases.org. Archived from the original on 7 June 2023. Retrieved 9 September 2023.
  3. "Tuberous sclerosis - Symptoms and causes". Mayo Clinic (in ଇଂରାଜୀ). Archived from the original on 9 September 2023. Retrieved 9 September 2023.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ ୪.୧୪ ୪.୧୫ ୪.୧୬ ୪.୧୭ ୪.୧୮ ୪.୧୯ ୪.୨୦ "Tuberous Sclerosis Complex". National Institute of Neurological Disorders and Stroke (in ଇଂରାଜୀ). Archived from the original on 1 June 2023. Retrieved 9 September 2023.
  5. "TUBEROUS SCLEROSIS". www.epilepsydiagnosis.org. Archived from the original on 21 October 2021. Retrieved 9 September 2023.
  6. "TUBEROUS SCLEROSIS". www.epilepsydiagnosis.org. Archived from the original on 3 August 2023. Retrieved 9 September 2023.
  7. Brigo F, Lattanzi S, Trinka E, Nardone R, Bragazzi NL, Ruggieri M, et al. (December 2018). "First descriptions of tuberous sclerosis by Désiré-Magloire Bourneville (1840-1909)". Neuropathology. 38 (6): 577–582. doi:10.1111/neup.12515. PMID 30215888. S2CID 52269610.